ଆଦିବାସୀ ମେଳାରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ”ପରିବେଷିତ

ଭୁବନେଶ୍ବର: ଆଦିବାସୀ ମେଳାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି କ୍ଷୁଦ୍ର ନାଟକ। ଆଦିବାସୀ ମେଳା ମଞ୍ଚରେ କ୍ଷୁଦ୍ର ନାଟକ “ବୀରପୁତ୍ର କୃତ୍ତିବାସ”ପରିବେଷଣ କରାଯାଇଛି। ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ଜୀବନ ଓ ଚରିତ୍ରକୁ ନେଇ ରଚିତ ଏହି କ୍ଷୁଦ୍ର ନାଟକ। କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ କରି ଦେଇଥିଲେ। ବାଣପୁର ପାଇକ ବିଦ୍ରୋହର ସେ ଥିଲେ ନେତା। ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ।

ଏହି ଐତିହାସିକ ମହାନ ବିପ୍ଲବୀଙ୍କ ଜୀବନିକୁ ନେଇ ନାଟକ ପରିବେଷଣ କରିଥିଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କର୍ମଚାରୀ ଓ ଅଧିକାରୀ। ଏହି ନାଟକର ନିର୍ଦ୍ଦେଶନା  ଅନନ୍ତ କିଶୋର ସାହୁ କରିଥିବା ବେଳେ ସହ ନିର୍ଦ୍ଦେଶନା ଦେଇଛନ୍ତି ଯୁଗଳ କିଶୋର ମହାନ୍ତି ଓ ରାଜକିଶୋର ନାୟକ। ଏଥିସହ ଏହି ନାଟକକୁ ରଚନା କରିଛନ୍ତି ସ୍ବର୍ଗତ ପର୍ଶୁରାମ ହରିଚନ୍ଦନ। 

Leave a Reply

Your email address will not be published. Required fields are marked *