ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ:  ଓଡିଶା ପୁରସ୍କୃତ

ଭୁବନେଶ୍ୱର : ଡିସେମ୍ବର 3 ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ରାଷ୍ଟ୍ରୀୟ ପୁରସ୍କାର ସମାରୋହ – 2025 ବର୍ଷ ଅନୁଷ୍ଠିତ ହୋଇଯାଇଛିI ଏହି ଉତ୍ସବରେ ରାଷ୍ଟ୍ରପତି ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରିଥିଲେI ଏହି କ୍ରମରେ ବ୍ରତତୀ ହରିଚନ୍ଦନ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଓଡିଶା; ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କ ମଧ୍ୟରେ ଭିନ୍ନକ୍ଷମ ଅଧିକାର ଅଧିନିୟମ 2016ର ପ୍ରଭାବୀ କ୍ରିୟାନ୍ୱୟନ ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଶ୍ରେଷ୍ଠ ବିବେଚିତ ହୋଇ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତିI ପୁରସ୍କାର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ସମାବେଶୀ ସମାଜ ପ୍ରତିଷ୍ଠା ଦିଗରେ ସମସ୍ତେ ସହାୟକ ହେବା ନିମନ୍ତେ ଆହ୍ୱାନ ଦେଇଥିଲେI ସଭାରେ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର କୁମାର, କେନ୍ଦ୍ର ସଚିବ ଭି. ବିଦ୍ୟାବତୀ,  ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ, ଉପସ୍ଥିତ ରହି ଉଦବୋଧନ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *