ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜଳ ସଂପଦ ବିଭାଗର ଖର୍ଚ୍ଚ ସ୍ଥିତି ସମୀକ୍ଷା

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜଳ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଭାଗର ଖର୍ଚ୍ଚ ଯୋଜନା ଓ ସ୍ଥିତି ସମୀକ୍ଷା କରିଛନ୍ତି। ବିଭାଗରେ ହାତକୁ ନିଆଯାଇଥିବା ନୂଆ କାର୍ଯ୍ୟ ସବୁର ଟେଣ୍ଡର ପ୍ରକ୍ରିୟା କେତେଦୂର ଅଗ୍ରଗତି ହୋଇଛି, ସେ ସଂପର୍କରେ ଉନ୍ନୟନ କମିଶନର ସମୀକ୍ଷା କରିବା ସହିତ ସେସବୁକୁ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ସେ ମଧ୍ୟ ରାଜ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ଜଳସେଚନ ମାଷ୍ଟର ପ୍ଲାନ୍ ର ଅଗ୍ରଗତି ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା କରିଥିଲେ। ଉନ୍ନୟନ କମିଶନର ମଧ୍ୟ ବିଭାଗରେ ବିଭିନ୍ନ ନୂଆ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗର ବିଭିନ୍ନ ଶାଖା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ବେଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀବୃନ୍ଦ,ବରିଷ୍ଠ ପଦାଧିକାରୀ,ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *