ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ

ଭୁବନେଶ୍ୱର: କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟମାନେ କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ସାକ୍ଷାତ ଅବସରରେ କପା ଚାଷ ତଥା ବିପଣନ ବେଳେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉପମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ସେମାନଙ୍କ ସମସ୍ୟା ଶୁଣିଥିଲେ ଏବଂ କଟନ କର୍ପୋରେସନ ଅଫ ଇଣ୍ଡିଆ ସହ ଆଲୋଚନା କରି ଏ ବିଷୟରେ ଆବଶ୍ୟକ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆସନ୍ତା ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଉତ୍ପାଦିତ କପା ଦେଶର ଅନ୍ୟତମ ଉତ୍କୃଷ୍ଟ କପା ଭିତରେ ଗଣାଯାଏ। ଏହାର ଲମ୍ବା ଷ୍ଟେପଲ ଓ ଦୀର୍ଘ ଅବଧି ଗୁଣ ଯୋଗୁଁ ବୁଣାକାରଙ୍କ ପ୍ରଥମ ପସନ୍ଦ ହୋଇଥାଏ। ବୈଠକରେ କୃଷି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଲିଟି ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ନନ୍ଦିନୀ ଦଳାଇ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *