“ଖଦି ପିନ୍ଧିବା, ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା”

ଭୁବନେଶ୍ଵର: ଖଦି; ସ୍ଵଦେଶୀ, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ। ଅଧିକରୁ ଅଧିକ ଖଦି ପିନ୍ଧିଲେ, ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ବିଧାନସଭା ପେପରସ୍ ଲେଡ୍ ଅନ୍ ଦ ଟେବୁଲ୍ କମିଟି ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଛି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପରିଦର୍ଶନ ସମୟରେ ଖଦିର ପୁନରୁଥାନ ପାଇଁ ଆଲୋଚନାରେ ଏହି ମତ ପ୍ରକାଶ ପାଇଛି। 

ବିଧାନସଭା କମିଟି ସମ୍ମୁଖରେ ଖଦି ବୋର୍ଡ଼ ସଦସ୍ୟ ଓ ବୁଣାକାରମାନେ ଖଦିର ପୁନରୁଥାନ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଆବଶ୍ୟକୀୟ କଞ୍ଚାମାଲ୍ ଯୋଗାଣ, ରିହାତି ବୃଦ୍ଧି, ବୁଣାକାରଙ୍କୁ ଭତ୍ତା ପ୍ରଦାନ, ନୂଆ ଗୋଦାମ ଗୃହ ନିର୍ମାଣ, ଚଳନ୍ତି ପୁଞ୍ଜି, ନୂତନ କର୍ମଚାରୀ ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ, ବିପଣନ, ଡିଜିଟାଲ ମାର୍କେଟିଂ, ନୂତନ ବିକ୍ରୟକେନ୍ଦ୍ର ଖୋଲିବା ଆଦି ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଥିଲେ। 

 ସ୍ଥାନୀୟ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ବିଧାନସଭା ପେପରସ୍ ଲେଡ୍ ଅନ୍ ଦ ଟେବୁଲ୍ କମିଟି ଅଧ୍ୟକ୍ଷ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ଵାଇଁ, କମିଟି ସଭ୍ୟ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ, ବୋର୍ଡ଼ ଅଧ୍ୟକ୍ଷ ଡି. ପ୍ରଶାନ୍ତ କୁମାର ରେଡ୍ଡୀ,  ସଚିବ ସଞ୍ଜୟ ମିଶ୍ର, ବୋର୍ଡ଼ ସଦସ୍ୟା ଡ. ଅରୁନ୍ଧତୀ ଦେବୀ, ସଦସ୍ୟ ଅଜୟ ନାୟକ, କେନ୍ଦ୍ର ଖଦି କମିଶନର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଖଦି ବୋର୍ଡ଼ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *