ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

କଟକ : କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ହେଉଛି ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କରାଯିବ। ଓଡ଼ିଶାରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଥର ପାଇଁ ଆୟୋଜିତ ହେଉଛି। ଚଳିତ ବର୍ଷର ଏହି ଟୁର୍ଣ୍ଣାମେଣ୍ଟରେ ୧୭ଟି ଦେଶର କ୍ରୀଡ଼ାବିତ୍‌ମାନେ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୩୭୭ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୩୩୪ଜଣ ଭାରତୀୟ କ୍ରୀଡ଼ାବିତ୍‌ ହୋଇଥିବାବେଳେ ୪୩ଜଣ ବିଦେଶୀ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରୁଛନ୍ତି।

ପ୍ରତିଯୋଗିତା ପୁରୁଷ ସିଙ୍ଗଲସ୍‌ (Men’s Singles), ମହିଳା ସିଙ୍ଗଲସ୍‌ (Women’s Singles) ପୁରୁଷ ଡ଼ବଲସ୍‌ (Men’s Doubles) ମହିଳା ଡ଼ବଲସ୍ (Women’s Doubles) ଏବଂ ମିକ୍ସଡ଼ ଡ଼ବଲସ୍ (Mixed Doubles) କ୍ୟାଟାଗୋରୀରେ ଆୟୋଜିତ ହେବ। ବିଶ୍ୱର ଟପ୍ ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି।

ପ୍ରକାଶଯୋଗ୍ୟ ଯେ ଡ଼ିସେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ର ଆୟୋଜନ କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଅଣ୍ଡର-୧୫ ଓ ଅଣ୍ଡର-୧୭ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ସାରା ଦେଶରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୭୫୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଓଡ଼ିଶାର କ୍ରୀଡ଼ାବିତ୍‌ ତନଭୀ ପ୍ରତୀ ଅଣ୍ଡର-୧୫ ଓ ଅଣ୍ଡର-୧୭ରେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟେଲ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *