ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନ ୧୦ ଟା ୧୫ ମି. ସମୟରେ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିତ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଁଚି ଶ୍ରୀୟୁକ୍ତ ସିଂ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନୂତନ ଉନ୍ନୟନ କମିଶନରଙ୍କୁ ସ୍ୱାଗତ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି।
ଦେଓ ରଂଜନ କୁମାର ସିଂ ରାଜ୍ୟ ଉନ୍ନୟନ କମିଶନର
