ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍ଯର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟ. ଦରରେ ବିକ୍ରୀ କରାଯାଉଛି ଓ ଆଳୁ ବିହନ ଜମିରେ ଲଗେଇବା ପରେ କିଲୋ ପ୍ରତି ୧୦ ଟ. ଫେରେଇ ଦେବାର ଯୋଜନା ରହିଛି।

ଏପର୍ଯ୍ୟନ୍ତ ପ୍ରାୟ ୧.୦ ଲକ୍ଷ କ୍ୱିଣ୍ଟାଲ ଉନ୍ନତ ମାନର ବିହନ ଆଳୁ ୩୦ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବଣ୍ଟନ କରାଗଲାଣି। ନଭେମ୍ବର ମାସ ଶେଷ ଶୁଦ୍ଧା ସମସ୍ତ ବିହନ ଆଳୁ ଯୋଗାଇ ଦେବାପାଇଁ ରାଜ୍ଯ ବିହନ ନିଗମ ଓ ଉଦ୍ଯାନ କଷି ନିର୍ଦ୍ଦେଶକଂକୁ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦେଶ ଦେଇଛନ୍ତି। ଆଳୁ ବିହନ ପାଇବା ପରେ ବିଶୋଧନ କରି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି ଜମିରେ ଲଗେଇବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଆଳୁ ବିହନ ବିତରଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ବିବରଣୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ତଦାରଖ କରୁଛନ୍ତି। ଏହି ବୈଠକରେ ବିହନ ଆଳୁର ଗୁଣାତ୍ମକ ମାନ ଓ ସମୟ ଅନୁଯାୟୀ ବଣ୍ଟନ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ରାଜ୍ୟରେ ଅନୁକୂଳ ଜଳବାୟୁ ଅନୁଯାୟୀ ଆଳୁ ଚାଷର ସଫଳତା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

ବିହନ ଆଳୁର ବିତରଣ ସମ୍ବନ୍ଧରେ କୃଷି ଭବନରେ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍ଯାନ କୃଷି ନିର୍ଦ୍ଦେଶକ ଗୋରଖ୍ କାଲୁଂଗେ, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମ ନିତି ରଞ୍ଜନ ସେନ ଓ କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *