ପୋଶ ଆଇନ ପ୍ରଶିକ୍ଷଣରେ ଭାଗନେଲେ ରାଜ୍ୟ ସରକାରଙ୍କ ବିଭାଗୀୟ ଓ କ୍ଷେତ୍ର ଅଧିକାରୀବୃନ୍ଦ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ସହଭାଗିତାରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କ୍ଷେତ୍ରର ଆଭ୍ୟନ୍ତରୀଣ ସମିତି(ଇଣ୍ଟରନାଲ କମିଟି)  ସଦସ୍ୟମାନଙ୍କ ପାଇଁ ଏକ ଆଭାଷୀ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ବିଭାଗ ଓ କ୍ଷେତ୍ର ଅଧିକାରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ପ୍ରକଳ୍ପ ପରିଚାଳନା ବିଶେଷଜ୍ଞ ମିସ ଅନୁଜା ଗୁଲାଟି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପୋଶ ଆଇନର ଆଇନଗତ ଢାଞ୍ଚା ସହ ଆଭ୍ୟନ୍ତରୀଣ ସମିତି(ଆଇସି) ସଦସ୍ୟମାନଙ୍କ ଭୂମିକା ଓ କର୍ତ୍ତବ୍ୟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।  ଆଇସି ସଦସ୍ୟମାନଙ୍କ ସନ୍ଦେହ ଦୂର କରିବା ସହ ସେମାନଙ୍କ ପ୍ରଶ୍ନଗୁଡିକର ଯଥୋଚିତ ଉତ୍ତର ଦେଇ  ସୁରକ୍ଷିତ କର୍ମକ୍ଷେତ୍ର ସୁନିଶ୍ଚିତ କରିବା ନିମନ୍ତେ ଯୌନ ଉତ୍ପୀଡନ ଆହ୍ୱାନଗୁଡିକୁ  ଧୈର୍ଯ୍ୟର ସହିତ ସମାଧନ କରିବା ପାଇଁ ସେ ଆଇସି ସଦସ୍ୟମାନଙ୍କୁ ସଚେତନ କରେଇଥିଲେ।

Leave a Reply

Your email address will not be published. Required fields are marked *