ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜଣେ ବ୍ୟକ୍ତି କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହାକୁ ନେଇ ଆତଙ୍କିତ ହେବାର କୋ÷ଣସି କାରଣ ନାହିଁ । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଜନସାଧାରଣ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅସ୍ୱଥିଏସ୍‌ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ନେଇ ଆତଙ୍କିତ ହେବାର କୋ÷ଣସି କାରଣ ନାହିଁ । ସରକାରଙ୍କ ପକ୍ଷରୁ କୋଭିଡ ୧୯କୁ ନେଇ କୋ÷ଣସି ଆନୁଷ୍ଠାନିକ ମାର୍ଗଦର୍ଶିକା ନାହିଁ, କିନ୍ତୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ନମୁନାରୁ ମିଳିଥିବା କୋଭିଡ ଭୂତାଣୁ ଷ୍ଟ୍ରେନ ସେଭଳି ମାରାତ୍ମକ ନୁହେଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କଳ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛି ।

ଅସ୍ୱଥି କହିଥିଲେ ଯେ, ଏହି ଘଟଣାରେ ଜନସାଧାରଣ ଆତଙ୍କିତ ହେବାର କୋ÷ଣସି କାରଣ ନାହିଁ । ପରିସ୍ଥିତି ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ତେବେ ଭାରତ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରାଗଲେ ତାହାକୁ ତଦନୁଯାୟୀ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ । ଯେଉଁ ବ୍ୟକ୍ତିଙ୍କ ଠାରେ କୋଭିଡ ସଂକ୍ରମଣ ଚିହ୍ନଟ କରାଯାଇଥିଲା, ସେ ଏବେ ଆରୋଗ୍ୟ ଲାଭ କରୁଛନ୍ତି । ନୂଆ ପ୍ରକରଣ ସେଭଳି ସ୍ୱାସ୍ଥ୍ୟଗତ ବିପଦ ସୃଷ୍ଟି କରିବା ଭଳି ଲକ୍ଷ୍ୟ କରାଯାଉନାହିଁ । ତେବେ ଜନସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ସତର୍କ ଦୃଷ୍ଟି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ରାଜ୍ୟର କୋ÷ଣସି ସ୍ଥାନରେ କ୍ଲଷ୍ଟର ସଂକ୍ରମଣ ଅଥବା ସଂକ୍ରମଣ ବୃଦ୍ଧି ଖବର ମଧ୍ୟ ହସ୍ତଗତ ହୋଇନାହିଁ ବୋଲି ସେ କହିଥିଲେ । ଯଦି ସଂକ୍ରମଣ ବୃଦ୍ଧିପାଏ ଏବଂ କେନ୍ଦ୍ର ପକ୍ଷରୁ କିଛି ନୂତନ ନିଦେ୍ର୍ଦଶାବଳୀ ଆସେ ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନୁଯାୟୀ ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବ ।

Leave a Reply

Your email address will not be published. Required fields are marked *