ଭୁବନେଶ୍ୱର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେl ଏହି ଅବସରରେ ସେ ନୂଆ ରାଜ୍ୟ ଜଳନୀତି ପ୍ରଣୟନ ସମ୍ପର୍କରେ ଆଲୋଚନା କରିଥିଲେl ସମନ୍ୱିତ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ଜଳ ନୀତି ପ୍ରଣୟନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଏଥି ସହିତ ବିଭିନ୍ନ ଜଳଭଣ୍ଡାର ଓ ପ୍ରକଳ୍ପରେ ଉପଲବ୍ଧ ଜଳ କିପରି କୃଷି, ପାନୀୟ ଜଳ, ଶିଳ୍ପ ଓ ଅନ୍ୟାନ୍ୟ ଆବଶ୍ୟତା ପୂରଣ ପାଇଁ ସର୍ବୋତ୍ତମ ଉପଯୋଗ ହୋଇପାରିବ, ସେ ସମ୍ପର୍କରେ ଉନ୍ନୟନ କମିଶନର ବିଭିନ୍ନ ପରାମର୍ଶ ଦେଇଥିଲେl
ସବୁଥର ପରି ଏଥର ମଧ୍ୟ ବୈଠକରେ ବିଭାଗ ଦ୍ୱାରା କାଯ୍ୟକାରୀ ହେଉଥିବା ବିଭନ୍ନ ପ୍ରକଳ୍ପ କାର୍ଯ୍ୟ ବଜେଟ ପ୍ରବଧାନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ସାରିବା, କାର୍ଯ୍ୟ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ l