ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ର ଓ CTTC ଠାରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ Electronic & Hardware ଓ IT-ITeS Trade ରେ ୫ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ( Hands on Skill ) ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି|ଏହାର ଉଦ୍ଘାଟନୀ ଉତ୍ସବରେ ଉଚ୍ଚ ମଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମନିର୍ଦ୍ଦେଶକ ବିନୀତା ସେନାପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ହାସଲ କରିବା ଦିଗରେ ପ୍ରେରଣା ପ୍ରଦାନ କରିବା ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ| ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶାଳୟ ଉପନିର୍ଦେଶକ ଜିତେନ୍ଦ୍ର ନାୟକ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ WSC ପକ୍ଷରୁ ଅଧ୍ୟକ୍ଷ ଟି ଥମ୍ବୀ ରାଜା ଯୋଗ ଦେଇଥିଲେl
ସେହିପରି CTTC ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସ୍ନିଗ୍ଧା ମିଶ୍ର, CTTC ର ପରିଚାଳନ ନିର୍ଦ୍ଦେଶକ ଏଲ ରାଜଶେଖର, ସତ୍ୟ ନାରାୟଣ ମିଶ୍ର ତଥା ନିର୍ଦ୍ଦେଶାଳୟର Research Asst. ସ୍ମିତାରେଖା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ|
ସୂଚନାଯୋଗ୍ୟ , ଏହି ଆବାସିକ ପ୍ରଶିକ୍ଷଣ କର୍ଯ୍ୟକ୍ରମରେ WSC ଠାରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରୁଥିବା ବେଳେ CTTC ଠାରେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନେ ଏହି ପ୍ରଶିକ୍ଷଣ ମାଧ୍ୟମରେ ନିଜ ବିଷୟରେ ଜ୍ଞାନ ଅର୍ଜନ କରିବା ସହିତ ଏହାର ବ୍ୟବହାରିକ ଅଭିଜ୍ଞତା ହାସଲ କରିବେ|
