‘ସୁଭଦ୍ରା’ ହିତାଧିକାରୀମାନଙ୍କ ସାମଗ୍ରିକ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା’ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୁଭଦ୍ରା ଯୋଜନାର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ଓ ତଦାରଖ କରିବା ସହ ଯୋଜନାର ଆଗାମୀ କାର୍ଯ୍ୟାନ୍ଵୟନ ଉପରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେସୁଭଦ୍ରା ହିତାଧିକାରୀମାନେ ସରକାରଙ୍କ ଅନ୍ୟ ବିଭିନ୍ନ ଯୋଜନାରୁ ଲାଭ ଉଠାଇ କିପରି ସାମଗ୍ରିକ ଆର୍ଥିକ ସଶକ୍ତିକରଣ ହୋଇପାରିବେ, ସେ ସଂପର୍କରେ ଶ୍ରୀ ଆହୁଜା ଆଲୋକପାତ କରିଥିଲେ

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁଭଦ୍ରା କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଉପସ୍ଥାପନ କରି ଯୋଜନାରେ ଅବଲମ୍ବନ କରାଯାଇଥିବା ଉତ୍ତମ ଅଭ୍ୟାସ ଓ ଅଭିନବତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ

ଏ ଯାବତ ସୁଭଦ୍ରାରେ ୧କୋଟି ୯ଲକ୍ଷ ୮୭ହଜାର ୮୯୪ ଆବେଦନପତ୍ର ପ୍ରାପ୍ତ ହୋଇଛି୧କୋଟି ୨ଲକ୍ଷ ୮୦ହଜାର ୯୨ଜଣ ହିତାଧିକାରୀ ସୁଭଦ୍ରାର ପ୍ରଥମ କିସ୍ତି ପାଇଥିବାବେଳେ ୧କୋଟି ୯୬ହଜାର ୩୦୭ଜଣ ଦ୍ଵିତୀୟ କିସ୍ତି ପାଇଛନ୍ତିପରିବାରରେ ୪ଚକିଆ ଯାନ ଥିବା, ୨୧ବୟସରୁ କମ ଓ ୬୦ବୟସରୁ ଅଧିକ, ପରିବାର ରୋଜଗାର ୨.୫ଲକ୍ଷରୁ ଅଧିକ, ସରକାରୀ ଚାକିରି କରିଥିବା ଅବା ପେନସନ ପାଉଥିବା ପରିବାର ଓ ଏହିଭଳି ବିଭିନ୍ନ ୧୫ଟି କାରଣରୁ ୫ଲକ୍ଷ୮ ୨ହଜାର ୮୦୦ଜଣ ମହିଳା ସୁଭଦ୍ରା ସହାୟତାରୁ ବାଦପଡିଛନ୍ତି୨୦୨୫୨୬ ଆର୍ଥିକ ବର୍ଷରେ ୬୦ବୟସ ହୋଇଯାଇଥିବା ୯୩ହଜାର ୭୯୨ ସୁଭଦ୍ରା ହିତାଧିକାରୀ ତୃତୀୟ କିସ୍ତିରୁ ବାଦ ପଡ଼ିଛନ୍ତି ବୋଲି ଏହି ବିଭାଗୀୟ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି୬୦ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କ ତାଲିକାକୁ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପ୍ରଦାନ କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛିଅପ୍ଟଆଉଟ କରିବାକୁ ଚାହୁଁଥିବା ହିତାଧିକାରୀମାନେ ସମ୍ପୃକ୍ତ ସିଡିପିଓ କାର୍ଯ୍ୟାଳୟରେ ଥିବା ହେଲ୍ପଡ଼େସ୍କରେ ଲଗଇନ କରି ଅପ୍ଟଆଉଟ କରିପାରିବେ ବୋଲି ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତିଏହା ସହ ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ଖର୍ଚ୍ଚ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଭାଗିତାରେ ଆରମ୍ଭ ହୋଇଥିବା ସୁଭଦ୍ରା ସମୀକ୍ଷାକାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲାଏଯାବତ ମିଳିଥିବା ତଥ୍ୟର ମୂଲ୍ୟାୟନ ଅନୁଯାୟୀ ବହୁସଂଖ୍ୟାରେ ହିତାଧିକାରୀମାନେ ସୁଭଦ୍ରା ସହାୟତାକୁ ଉଦ୍ୟମିତା କ୍ଷେତ୍ରରେ ବିନିଯୋଗ କରୁଛନ୍ତି ବୋଲି ବୈଠକରେ ଉପସ୍ଥାପନ କରାଯାଇଥିଲାଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସୁଭଦ୍ରା ପୋର୍ଟାଲରେ ଏଯାବତ ୩ଲକ୍ଷ ୫୧ହଜାର ୪୯୨ ଅଭିଯୋଗ ମଧ୍ୟରୁ ୧ଲକ୍ଷ ୮୩ହଜାର ୬୮୧ ଅଭିଯୋଗର ସମାଧାନ ହୋଇପାରିଛିକେବଳ ମହିଳାମାନଙ୍କ ଦ୍ୱାରା ଚାଲୁଥିବା କୁହ ସୁଭଦ୍ରାଅଭିଯୋଗ ସମାଧାନ କେନ୍ଦ୍ରରେ ଏଯାବତ ଏକ ଦିନରେ ହାରାହାରି ୨୦ହଜାରରୁ ଅଧିକ କଲ ଗ୍ରହଣ କରାଯାଇ  ସେମାନଙ୍କ ଉତ୍ତର ଦିଆଯାଇଥିବା ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉଲ୍ଲେଖ କରିଥିଲେ କ୍ୟାବିନେଟ୍ର ଅନୁମୋଦନର ମାତ୍ର ୧୦୦ ଦିନରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସହ ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ ସୁବିଧାରେ ଆର୍ଥିକ ସହାୟତା ସ୍ତାନାନ୍ତର କରିବାରେ ସାମୁହିକ ସରକାରୀ ବ୍ୟବସ୍ଥା ସହ ମହିଳା ଓ ଶିଶୁ ବିକାଶ ବିଭାଗର ସୁସମନ୍ୱୟ ନିମନ୍ତେ ମୁଖ୍ୟ ଶାସନ ସଚିବ ମହିଳା ଓ ଶିଶୁ ବିଭାଗକୁ ପ୍ରଶଂସା କରିଛନ୍ତିଏହି ଯୋଜନା ରାଜ୍ୟର ମହିଳା ହିତାଧିକାରୀମାନଙ୍କୁ ଆର୍ଥିକ ସଶକ୍ତିକରଣରେ ସହାୟକ ହୋଇଛିସେମାନେ ନୂତନ ରୋଜଗାରର ପନ୍ଥା ବାଛି ପାରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଲ୍ଲେଖ କରିଥିଲେଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *