ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଆନ୍ଦୋଳନ : ମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛତା ବିନା ସୁସ୍ଥ ପରିବେଶ, ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଅସମ୍ଭବ। ସ୍ଵଚ୍ଛତା ଏକ ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ବୋଲି କହିଛନ୍ତି ମାନ୍ୟବର ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ। ସ୍ଥାନୀୟ ମାର୍କେଟ ବିଲ୍ଡିଂ ସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।“ଏକ୍ ଦିନ, ଏକ୍ ଘଣ୍ଟା, ଏକ୍ ସାଥ୍”ସ୍ଲୋଗାନ ନେଇ ସମବାୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ, ବିଭାଗୀୟ ଅଧିକାରୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇ ସଫେଇ କରିଥିଲେ। ହାତରେ ଝାଡୁ ଧରି ରାସ୍ତା ସଫେଇ କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶରେ ୧୫ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ ପାଳନ କରାଯାଉଛି। ଏହି କ୍ରମରେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମବାୟ ବିଭାଗ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *