ସ୍ୱତନ୍ତ୍ର ଅଭିଯାନର ୧୭ତମ ଦିନରେ ୧.୧୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ବେଆଇନ ନିଶା କାରବାର ବିରୋଧରେ ଚାଲୁଥିବା କଡା କାର୍ଯ୍ୟାନୁଷ୍ଠାନର ଅଂଶରୂପ, ସ୍ୱତନ୍ତ୍ର  ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ର ୧୭ତମ ଦିନରେ ମୋଟ ୧.୧୫ କୋଟି ଟଙ୍କାର ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ଏହି ଅଭିଯାନ ୧୭ ତମ ଦିନରେ ୧୫୦ଟି ମାମଲା ରୁଜୁ ସହ ସମ୍ପୃକ୍ତ ୫୩ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଚଢ଼ାଉକାରି ଦଳ ୯,୨୫୯  ଲିଟର୍  ବେଆଇନ ମଦ,  ୨୭୭ ଲିଟର ଡ୍ୟୁଟି-ପେଡ୍ ଲିକର ଜବତ କରିବା ସହିତ ୯୪,୫୧୦ ଲିଟର୍ ପୋଚକୁ ନଷ୍ଟ କରିଛନ୍ତି। ଏଥିସହିତ, ବେଆଇନ ପରିବହନ ପାଇଁ ବ୍ୟବହୃତ ୧୪ଟି ଯାନକୁ ଜବତ କରାଯାଇଛି। ସେହିପରି ନିଷିଦ୍ଧ ନିଶା ଚୋରାଚାଲାଣ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଢ଼ାଉକାରି ଦଳ NDPS ଆକ୍ଟ୍‌ରେ ୧୧ଟି କେସ୍‌ ରୁଜୁ ସହ ୧୪୩ କିଲୋଗ୍ରାମ୍ ଗଞ୍ଜେଇ ଓ ୧୬୭ ଗ୍ରାମ୍ ହେରୋଇନ୍ ଜବତ କରିଛନ୍ତି।

ରାଜ୍ୟରେ ବେଆଇନ ମଦ ଏବଂ ନାରକୋଟିକ୍ସ ବ୍ୟବସାୟକୁ ନିୟନ୍ତ୍ରଣ କରିବାର ପ୍ରତିବଦ୍ଧତାକୁ ଦୋହରାଇ ଅବକାରୀ ବିଭାଗ ଏହି ଅବିରତ କାର୍ଯ୍ୟାନୁଷ୍ଠାନ ଜାରିରଖିଛି। ଚଳିତ ମାସରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନରେ ବହୁ ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ ସହ ଅନେକଙ୍କୁ ଗିରଫ କରାଯାଇଛି I ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *