ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ସେବାପକ୍ଷ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳଲକ୍ଷ୍ୟ ଯେ ପାଠାଗାରରେ ଅଧ୍ୟୟନ କରୁଥିବା ପାଠକ ଓ ପାଠିକାମାନେ ରାଜ୍ୟ ସ୍ତରୀୟ ଓ ସର୍ବ ଭାରତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁଭାବେ କୃତକାର୍ଯ୍ୟ ହୋଇ ରାଜ୍ୟ ପାଇଁ ସୁନାମ ଅର୍ଜନ କରିବେ। ଏହି କାର୍ଯ୍ୟକ୍ରମ ଗ୍ରନ୍ଥାଗାରରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା। ଦେବପ୍ରସାଦ ଦାଶ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନୁଜା ତାରିଣୀ ମିଶ୍ର, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଆଜିର ବକ୍ତୃତା ପ୍ରତିଯୋଗିତାର ବିଚାରକ ଥିଲେ। ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ରହିଥିଲା “୨୦୧୪ ପରେ ଭାରତ”। ପାଠକ ପାଠିକାମାନେ ବକ୍ତୃତା ପ୍ରଦାନ କରି ସାରିବା ପରେ ସେମାନେ ଭବିଷ୍ୟତରେ କିପରି ଜଣେ ଜଣେ ଉତ୍କୃଷ୍ଟ ବକ୍ତା ହେବେ ସେଥିପାଇଁ ବିଚାରକମାନେ ପାଠକ ଓ ପାଠିକାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଇଂରାଜୀ ଓ ଓଡ଼ିଆ ବକ୍ତୃତାରେ ବିଜେତା ହୋଇଥିବା ପାଠକ ଓ ପାଠିକାମାନଙ୍କୁ ଶେଷରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *