ଭୁବନେଶ୍ୱର: ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ଏହାର ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ପାଇଁ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ଅବହେଳିତ ହୋଇ ପଡିଥିବା ହୀରାକୁଦ ସେଚାଞ୍ଚଳର କରନାଳୀଗୁଡ଼ିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ” ନାମରେ ଏକ ନୂତନ ଯୋଜନାକୁ ନୂତନ ସରକାର କ୍ୟାବିନେଟରେ ଅନୁମୋଦନ କରିଥିଲେ, ଯାହାକି କାର୍ୟ୍ୟକାରୀ କରାଯାଉଛି । ଏହା ଫଳରେ ହୀରାକୁଦ ସେଚ।ଞ୍ଚଳରେ ଥିବା ୧୫୧୦ କିମି ବିଶିଷ୍ଟ ୮୧୭ଟି କରନାଳୀର ପୁନରୁଦ୍ଧାର ପାଇଁ କାର୍ୟ୍ୟ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ,୧୯୫୭ ମସିହାରେ ହୀରାକୁଦ ନଦୀବନ୍ଧ ନିର୍ମାଣ କାର୍ୟ୍ୟ ସମାପ୍ତ ହୋଇ ଏହାର କେନାଲ ପ୍ରଣାଳୀର ୧୯୬୬ ମସିହାରେ କାର୍ୟ୍ୟକ୍ଷମ ହୋଇଥିଲ। । ସେ ଦିନଠାରୁ ଅଦ୍ୟାବଧିଦୀର୍ଘ ୭୦ ବର୍ଷ ଧରି ଏହି ପ୍ରକଳ୍ପ ମାଧ୍ୟମରେ ସମ୍ବଲପୁର, ବରଗଡ,ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୧,୫୯,୧୦୬ ହେକ୍ଟର ଚାଷ ଜମିକୁ ନିରବଚ୍ଛିନ୍ନ ଭାବରେ ଜଳସେଚନର ସୁବିଧା ଯୋଗାଇ ଦିଆଯାଉଅଛି। ପ୍ରତିବର୍ଷ କେନାଲ ରରକ୍ଷଣାବେକ୍ଷଣ ପାଇଁ ମିଳୁଥିବା ଅର୍ଥ ପ୍ରାୟତଃ ମୁଖ୍ୟ କେନାଲ, ଡିଷ୍ଟ୍ରିବୁଟାରୀ, ମାଇନର ଏବଂ ସବ-ମାଇନରମାନଙ୍କର ମରାମତି କାମ କରିବାରେ ବିନିଯୋଗ ହୋଇଯାଇଥାଏ। ସେଥିପାଇଁ ଆଗରୁ କରନାଳୀ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରୁନଥିଲା। ଏହାବ୍ୟତୀତ ବିଗତ ବର୍ଷ ମାନଙ୍କରେ ଉନ୍ନତିକରଣ କିମ୍ବା ନବୀକରଣ ପାଇଁ ଯେତିକି ଅନୁଦାନ ଆସିଛି, ସମସ୍ତ ଅନୁଦାନ ଉପରୋକ୍ତ ବଡ କେନାଲର ଉନ୍ନତିକରଣରେ ଖର୍ଚ୍ଚ ହୋଇଛି। ଏଣୁ ଦୀର୍ଘ ୭୦ ବର୍ଷ ଧରି କରନାଳୀ ଗୁଡିକ ନିହାତି ଅବହେଳିତ ଅବସ୍ଥାରେ ପଡିରହିଛି । ଯାହାଫଳରେ କିଛି କରନାଳୀ ସଂପୂର୍ଣ୍ଣ ଭାବରେ ଅକାମୀ ହୋଇଥିବା ବେଳେ କିଛି ଆଂଶିକ ଭାବରେ କାମ କରୁଛି।
ଏଣୁ ସମସ୍ତ ସେଚ।ଞ୍ଚଳ ଅଧିନସ୍ଥ ଜମିର ତଳ ଭାଗରେ ଥିବା ଚାଷୀମାନେ ସଠିକ ସମୟରେ ଆବଶ୍ୟକ ପରିମାଣର ଜଳସେଚନ ପାଇବାରୁ ବଞ୍ଚିତ ହେଉଛନ୍ତି। ହୀରାକୁଦ ସେଚ।ଞ୍ଚଳରେ ଥିବା ମୋଟ ଦୈର୍ଘ୍ୟ ୧୫୧୦ କିମି ବିଶିଷ୍ଟ ୮୧୭ ଗୋଟି କରନାଳୀଗୁଡ଼ିକର ଉନ୍ନତିକରଣର ଆବଶ୍ୟକତା ରହିଛି । ଉକ୍ତ କରନାଳୀଗୁଡ଼ିକୁ ସେଚ।ଞ୍ଚଳ ଅନୁସାରେ ତିନି ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି । ଯଥା, ୫୦ହେକ୍ଟରରୁ ୧୦୦ ହେକ୍ଟର ସେଚ।ଞ୍ଚଳ ଥିବା କରନାଳୀ, ୧୦୦ ହେକ୍ଟରରୁ ୨୦୦ ହେକ୍ଟର ସେଚ।ଞ୍ଚଳ ଥିବା କରନାଳୀ ଏବଂ ୨୦୦ ହେକ୍ଟରରୁ ଅଧିକ ସେଚ।ଞ୍ଚଳ ଥିବା କରନାଳୀ ।
ଏତେବର୍ଷ ଧରି ଅବହେଳିତ ହୋଇ ପଡିଥିବା କରନାଳୀ ଗୁଡିକର ନବୀକରଣ ସକାଶେ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳରେ “ହୀରାକୁଦ ସେଚାଞ୍ଚଳ ଉନ୍ନୟନ”ନାମରେ ଏକ ନୂତନ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ କଲେ।ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଗୁଡିକ ହେଲା ,ତୃତୀୟ ଓ ଦ୍ଵିତୀୟ ଶ୍ରେଣୀରେ ଆସୁଥିବା କରନାଳୀଗୁଡ଼ିକୁ ଯଥାକ୍ରମେ ମାଇନର ଓ ସବ୍-ମାଇନର ନାମରେ ନାମିତ କରାଯିବା ସହିତ ସମସ୍ତ କରାନାଳୀଗୁଡିକର ଉନ୍ନତିକରଣ କରି କଂକ୍ରିଟ ଲାଇନିଙ୍ଗ ଓ ଉକ୍ତ କରନାଳୀମାନଙ୍କରେ ଥିବା ନିର୍ମାଣଗୁଡ଼ିକର ନବୀକରଣ କରାଯାଇ ଜଳ ପରିଚାଳନାର ସ୍ଥିରତା ସୁନିଶ୍ଚିତ କରିବା। କେନାଲ ଗୁଡିକର ଜଳସେଚନ କାର୍ୟ୍ୟ ଦକ୍ଷତାକୁ ବୃଦ୍ଧି କରିବା ସହିତ ବଣ୍ଟନ ବ୍ୟବସ୍ଥାରେ ହେଉଥିବା କ୍ଷତିକୁ ହ୍ରାସ କରି ତଳମୁଣ୍ଡରେ ଜଳର ଉପଲବ୍ଧତା ବୃଦ୍ଧି କରାଇବ। ଆହୁରି ମଧ୍ୟ ସୃଷ୍ଟି ହୋଇଥିବା ସେଚ ସାମର୍ଥ୍ୟ ଏବଂ ବ୍ୟବହାର ହେଉଥିବା ସେଚ ସାମର୍ଥ୍ୟ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ।କେନାଲର ସିପେଜ୍ ହେତୁ ଅନୁପଯୁକ୍ତ ହେଉଥିବା ଜଳମଗ୍ନ ଚାଷଜମିଗୁଡ଼ିକୁ ପୁନରୁଦ୍ଧାର କରିବା ।
ସେହିପରି ଏହି ଯୋଜନାରେ ବରଗଡ ମୁଖ୍ୟ କେନାଲ ଏବଂ ଅନ୍ୟାନ୍ୟ ଡିଷ୍ଟ୍ରିବୁଟାରୀ ମାନଙ୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ, ସିଡି, ଆଉଟଲେଟ୍ ଇତ୍ୟାଦିର ନବୀକରଣ ତଥାଭିଆରବି, ସିଆର, ଏଚଆର, ସାଇଫନ୍, ଆକ୍ୱିଡକ୍ଟ ଇତ୍ୟାଦିର ଦୃଢୀକରଣ କରାଇବା ।ତୃତୀୟ ଓ ଦ୍ଵିତୀୟ ଶ୍ରେଣୀରେ ଆସୁଥିବା କରନାଳୀଗୁଡିକୁ ଯଥାକ୍ରମେ ମାଇନର ଓ ସବ-ମାଇନର ନାମରେ ରେ ନାମିତ କରାଯିବା ସହିତ ସମସ୍ତ କରନାଳିଗୁଡିକର ଉନ୍ନତିକରଣ କରି କଂକ୍ରିଟ ଲାଇନିଙ୍ଗ ଓ ଉକ୍ତ କରାନ।ଳୀ ମାନଙ୍କରେ ଥିବା ନିର୍ମାଣଗୁଡ଼ିକର ମଧ୍ୟ ନବୀକରଣ କରାଇବା । ଏତତ୍ ବ୍ୟତୀତ, ମୁଖ୍ୟ,ଶାଖା, ଡିଷ୍ଟ୍ରି ବୁଟାରୀ , ମାଇନର , ସବ୍-ମାଇନରର ପୁରୁଣା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଷ୍ଟ୍ରକ୍ଚରଗୁଡିକର ନବୀକରଣ ମଧ୍ୟ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
ହୀରାକୁଦ ସେଚ।ଞ୍ଚଳରେ ଉଭୟ ରବି ଓ ଖରିଫ ଋତୁରେ ଜଳଯୋଗାଣ କରାଯାଇଥାଏ । ଏହାକୁ ଆଖି ଆଗରେ ରଖି, ଉକ୍ତ କାର୍ୟ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ୩୧ ଗୋଟି ପ୍ୟାକେଜରେ ବିଭକ୍ତ କରାଯାଇଅଛି । ଉକ୍ତ ପ୍ୟାକେଜ ଗୁଡ଼ିକର ଟେଣ୍ଡର ପ୍ରକ୍ରିୟା ଜାରିରହିଛି । ଏହି ଯୋଜନା ସଂପୂର୍ଣ୍ଣ ହେଲେ, ସମସ୍ତ ହୀରାକୁଦ ସେଚାଞ୍ଚଳକୁ ସୁଷମ ଜଳ ବଣ୍ଟନ ହୋଇପାରିବ। ତତ୍ ସହିତ ଉନ୍ନତିକରଣ ଫଳରେ ପୂର୍ବରୁ ଯେଉଁ ଜଳ ନଷ୍ଟ ହୋଇ ଭୂତଳ ବା ନଦୀ ନାଳକୁ ବୋହି ଯାଉଥିଲା ତାହା ଏବେ ସଂରକ୍ଷିତ ହୋଇ ରହିବ ଏବଂ ଏହା ଦ୍ଵାରା ଅଧିକ ନୁତନ ଜମିକୁ ଜଳସେଚନର ସୁବିଧା ଭବିଷ୍ୟତରେ ଯୋଗାଇଦିଆଯାଇପାରିବ ।