୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛିI ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ ( ଭିଜିଲାନ୍ସ ) କୋର୍ଟ ପ୍ରତିଷ୍ଠା ପାଇଁ ତା ୦୪. ୦୮. ୨୦୨୫ ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏତଦବ୍ୟତୀତ ପୁରୀ ଜିଲ୍ଲାର ପିପିଲି, ନୟାଗଡ଼ ଜିଲ୍ଲାର ରଣପୁର, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଅନୁଗୁଳ ଜିଲ୍ଲାର ତାଳଚେର, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କଟକ ଜିଲ୍ଲାର ବାଙ୍କି ଓ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁ ମଧ୍ୟ  ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *