71-ନୂଆପଡା ଉପନିର୍ବାଚନ : ଭିଭିପାଟ ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ

ନୂଆପଡା: 71-ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଇ ଭି ଏମ୍ ଓ ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ ହୋଇଯାଇଛିl ଉପଜିଲ୍ଲାପାଳ ତଥା ରିଟନିଙ୍ଗ ଅଫିସର ସୁର୍ମି ସୋରେନ୍ ଙ୍କ ଲଗ୍ଇନରେ ଏହା ସମ୍ପନ୍ନ ହୋଇଥିଲା।

ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ଭୋଟିଂ ମେସିନ୍ ସ୍ଥାନୀୟ ନେସନାଲ କଲେଜର ଷ୍ଟ୍ରଙ୍ଗ ରୁମ୍ ରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରଖା ଯାଇଛି l ଆଜି ଉପନିର୍ବାଚନର ସମସ୍ତ ପ୍ରାର୍ଥୀ ତଥା ସେମାନଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ଇ ପ୍ରଶାସନ ପରିଚାଳକ ବିରେନ୍ଦ୍ର ସିଂ ଦଣ୍ଡସେନା କମ୍ପ୍ୟୁଟର ମାଧ୍ୟମରେ ଇ ଭି ଏମ୍ ଓ ଭିଭିପାଟ ତିନି ରାଉଣ୍ଡ ରାଣ୍ଡୋମାଇଯେସନ କରିଥିଲେ। ଏହାପରେ ଏ ସବୁର କମିସନିଂ ହେବ। ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ପାରଦର୍ଶି ଭାବରେ ସମସ୍ତ ୩୫୮ ବୁଥକୁ ଭୋଟିଂ ମେସିନ୍ ସେଟ୍ ଗୁଡିକୁ ପ୍ରେରଣ କରାଯିବ। ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଉପଜିଲ୍ଲାପାଳ ତଥା ଆରଓ ସୁର୍ମି ସୋରେନଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା l  ପାରଦର୍ଶିତା ପାଇଁ ଏହି  ରାଣ୍ଡୋମାଇଯେସନର ଅବିକଳ ନକଲ  କପି ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *