ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା “ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା, ଶାସନରେ ନୀତି” ବିଷୟରେ ସମ୍ଭାଷଣ

ଭୁବନେଶ୍ୱର: ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ତଥା ଦ ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ “ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା, ଶାସନରେ ନୀତି”ବିଷୟରେ ଏକ ପ୍ରେରଣାଦାୟକ ସମ୍ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଏହି ସଭାରେ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଏକ ଅଗ୍ରଗତିଶୀଳ,  ଶାନ୍ତି, ସଦଭାବନା ଓ ଭାଇଚାରାର ସମନ୍ୱୟରେ ସମାଜ ଗଢ଼ିବାରେ ଆଧ୍ୟାତ୍ମିକତା ଓ ନୀତିମୂଲ୍ୟର  ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ସମବେତ ସମସ୍ତଙ୍କୁ ସମ୍ବୋଧନ କରି ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ଦ୍ୱାରା ମାନସିକ ଚାପ ପରିଚାଳନା, ଭାବନାତ୍ମକ ସନ୍ତୁଳନ ବୃଦ୍ଧି ଏବଂ ବୃତ୍ତିଗତ ଜୀବନରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋକପାତ କହିଥିଲେ।  ସେ ଆଧ୍ୟାତ୍ମିକ  ସଚେତନତା ଓ  ନୀତିପରାୟଣ ଶାସନ ପରିଚାଳନା  କିପରି “ବିକଶିତ ଓଡ଼ିଶା”ର ଦୃଷ୍ଟିକୋଣକୁ ଯୋଗଦାନ କରୁଛି, ଯେଉଁଥିରେ ସତ୍ୟନିଷ୍ଠା, କରୁଣା ଏବଂ ସାମୁହିକ କଲ୍ୟାଣ ଉପରେ ଆଧାରିତ ଏକ ଉନ୍ନତ ଏବଂ ସମାବେଶୀ ରାଜ୍ୟ ଗଢ଼ିବାର ଆଭିମୁଖ୍ୟ ରଖୁଛି,       ସେ ସମ୍ପର୍କରେ ଆଲୋକପାତ କରିଥିଲେ l

ତାଙ୍କ ସମ୍ଭାଷଣ ପରେ, ଶ୍ରୀ ଶ୍ରୀ ରବି ଶଙ୍କର ଅଧିକାରୀମାନଙ୍କୁ ଏକ ଧ୍ୟାନ ଅଧିବେଶନରେ ମନୋନିବେଶ କରାଇଲେ, ଯାହା ଦ୍ୱାରା ସେମାନେ ନିଜର କଠିନ ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ଆତ୍ମିକ ଶାନ୍ତି ଓ ମାନସିକ ସ୍ପଷ୍ଟତାର ପ୍ରତ୍ୟକ୍ଷ ଅନୁଭବ ପାଇଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ  ଆୟୁକ୍ତ-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅତିଥି ଭାବେ ଯୋଗ ଦେଇ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଶାସନ ପରିଚାଳନାରେ ମନନଶୀଳତା ଓ ମୂଲ୍ୟଭିତ୍ତିକ ଦୃଷ୍ଟିଭଙ୍ଗୀର ସମନ୍ୱୟର  ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଓ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଏକ ପାରସ୍ପରିକ ଆନ୍ତରିକତାଭିତ୍ତିକ ଆଲୋଚନାରେ ଅଂଶଗ୍ରହଣକାରୀମାନେ ନିଜ ନିଜର ଅନୁଭବ ବାଣ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ ଆଧ୍ୟାତ୍ମିକତା ଓ ପ୍ରଶାସନର ଏକ ଅର୍ଥପୂର୍ଣ୍ଣ ସଂଯୋଜନାକୁ ପରିପ୍ରକାଶ କରି ଏକ ନୀତିପରାୟଣ ନେତୃତ୍ୱ ଓ ସାମଗ୍ରିକ ଉନ୍ନତିକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶାର ପ୍ରତିବଦ୍ଧତାକୁ  ପ୍ରତିଫଳିତ କରିଥିଲା ।

Leave a Reply

Your email address will not be published. Required fields are marked *