ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମୋଟ ୬ କୋଟି ୩୯ ଲକ୍ଷ ୯୭ ହଜାର ୫୮୯ ଟଙ୍କା ଓଡ଼ିଶା ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ୱର : ଭାରତୀୟ କମ୍ପାନୀ ଆଇନ୍, ୨୦୧୩ ର ଧାରା ୧୨୩  ଅନୁସାରେ ଲାଭାଂଶ ଘୋଷଣା କରିବା ଏବଂ ପ୍ରଦାନ କରିବା ସମ୍ବନ୍ଧିତ ନିୟମ ଓ ନିୟମାବଳୀ ଉଲ୍ଲେଖ ହୋଇଅଛି। ଓଡିଶା ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ଜାରିକୃତ କାର୍ଯ୍ୟାଳୟ ସଂଜ୍ଞା ସଂଖ୍ୟା-୩୯୮୦ ତାରିଖ ୧୭.୦୨.୨୦୧୬ ଏବଂ ୩୦୮୮୫ ତାରିଖ ୦୭.୧୧.୨୦୨୫ ଅନୁଯାୟୀ, ଏକ ସରକାରୀ ଉଦ୍ୟୋଗ (PSU) ଦ୍ୱାରା ବାର୍ଷିକ ଲାଭାଂଶ ରୂପେ PAT (ପ୍ରଫ଼ିଟ ଆଫ୍ଟର ଟାକ୍ସ) ର ୩୦% ଦିଆଯିବାର ନିର୍ଦ୍ଦେଶ ରହିଛି ।

ତଦନୁଯାୟୀ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ଅଧୀନରେ ଥିବା ତିନୋଟି ଉଦ୍ୟୋଗ (PSU) ଯଥା ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ୍ ଉଲ୍ଲେଖନୀୟ ଆର୍ଥିକ ପ୍ରଦର୍ଶନ କରି, ତାଙ୍କର ନିର୍ଦ୍ଦେଶକ ମଣ୍ଡଳୀର ସୁପାରିଶ ଓ ଅଂଶୀଦାରମାନଙ୍କ ବାର୍ଷିକ ସାଧାରଣ ସଭାର ଅନୁମୋଦନ କ୍ରମେ, ଆନୁଷ୍ଠାନିକ ଭାବରେ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦେ ମୋଟ ୬ କୋଟି ୩୯ ଲକ୍ଷ ୯୭ ହଜାର ୫୮୯ ଟଙ୍କା, ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି, ଓଡ଼ିଶା ସରକାର, କନକ ବର୍ଦ୍ଧନ ସିଂହଦେଓଙ୍କ ସଦୟ ଉପସ୍ଥିତିରେ ଲୋକସେବା ଭବନ, କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି। ତନ୍ମଧ୍ଯରୁ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC) ​​ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୫ କୋଟି ୨୩ ଲକ୍ଷ ୭୪ ହଜାର ୨୨୨ ଟଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ (OSSC) ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୨୩ ଲକ୍ଷ ୨୦ ହଜାର ୯୬୭ ଟଙ୍କା ଏବଂ ଓଡ଼ିଶା ରାଜ୍ୟ କାଜୁ ଉନୟନ ନିଗମ ଲିମିଟେଡ୍ (OSCDC) ଆର୍ଥିକ ବର୍ଷ ୨୦୨୨-୨୩ ଏବଂ ୨୦୨୩-୨୪ ପାଇଁ (ପ୍ରତ୍ୟେକ) ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା (ମୋଟ ପରିମାଣ ୯୩ ଲକ୍ଷ ୦୨ ହଜାର ୪୦୦ ଟଙ୍କା) ପ୍ରଦାନ କରିଛନ୍ତି।

ଏହି ସରକାରୀ ଉଦ୍ୟୋଗଗୁଡ଼ିକ ଦୃଢ଼ ଆର୍ଥିକ ପ୍ରଦର୍ଶନ କରି ଓଡ଼ିଶାର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। କୃଷି ଓ କୃଷକଙ୍କ ସଶକ୍ତିକରଣକୁ ପାଥେୟ କରି, ଏହି ସରକାରୀ ଉଦ୍ୟୋଗଗୁଡ଼ିକ ରାଜ୍ୟର ସମସ୍ତ ବର୍ଗର ଚାଷୀଙ୍କ ପାଇଁ ଅଭିବୃଦ୍ଧି ଏବଂ ନୂତନ ସୁଯୋଗ ସୃଷ୍ଟି କରିଚାଲିଛନ୍ତି। ରାଜ୍ୟରେ ଏହି ନିଗମ ଗୁଡିକ କୃଷି ଓ କୃଷକ ସଶକ୍ତିକରଣରେ ଅଗ୍ରଣୀ ଭୂମିକା ନେବା ସଙ୍ଗେ ସଙ୍ଗେ ସରକାରଙ୍କ ଏକ ଲାଭକାରୀ ସଂସ୍ଥା ରୂପେ ପରିଗଣିତ ହୋଇ ପାରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓଙ୍କୁ ଲାଭାଂଶ ପ୍ରଦାନର ପ୍ରତୀକାତ୍ମକ ଚେକ୍ ପ୍ରଦାନ କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ତଥା କୃଷି ଓ କୃଷକ ସଶକ୍ତିକରଣ ଅଧୀନ ରେ ଥିବା ନିଗମ ଗୁଡିକର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ଼. ଅରବିନ୍ଦ କୁମାର ପାଢୀ, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧିକାରୀ ବୃନ୍ଦ, ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା  ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନିତି ରଞ୍ଜନ ସେନ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *