୪୭ତମ କ୍ୟାବିନେଟ୍ ବୈଠକ ସମ୍ପର୍କିତ ପ୍ରେସ୍ ବିବୃତ୍ତି

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୭ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl  ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ  କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେl

ବୈଠକରେ ୧୨ ଟି ବିଭାଗର ୧୮ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛିl ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ୧ଟି, ଶିଳ୍ପ ବିଭାଗର ୧ଟି, ଅର୍ଥ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୩ଟି, ଜଳ ସମ୍ପଦ ବିଭାଗର ୨ଟି, ପୂର୍ତ୍ତ ବିଭାଗର ୪ଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୧ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧ଟି, ବିଧି ବିଭାଗର ୧ଟି, ଶକ୍ତି ବିଭାଗର ୧ଟି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି ଏବଂ ସପ୍ତଦଶ ଓଡ଼ିଶା ବିଧାନସଭା ର ସପ୍ତମ ଅଧିବେଶନ ଆହୁତ ନିମନ୍ତେ ୧ଟି ( ସଂସଦୀୟ ବ୍ୟାପାର) ଏହିପରି ମୋଟ ୧୨ଟି ବିଭାଗର ୧୮ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛିl

Leave a Reply

Your email address will not be published. Required fields are marked *