‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଭିଡ଼ିଓ ଉନ୍ମୋଚନ

ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଶୀର୍ଷକ ଏକ ସଚେତନତାଧର୍ମୀ ଭିଡ଼ିଓ ଉନ୍ମୋଚନ କରିଛନ୍ତିI  ପଣିକିଆ ମାଧ୍ୟମରେ ସମାଜକୁ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଯତ୍ନ ସହିତ ପିଲାମାନଙ୍କ କର୍ତ୍ତବ୍ୟବୋଧର ବାର୍ତ୍ତା ଦେବାର ପ୍ରୟାସ ପ୍ରଶଂସନୀୟI ପିଏମ୍‌ଶ୍ରୀ ରାଧାମୋହନ ଜିଉ ନୋଡାଲ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶୃତି ସୁଲଗ୍ନା ଓ ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରୀତିସୁଲଗ୍ନାଙ୍କ ଏହି ଭିଡ଼ିଓ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଆମ ଦାୟିତ୍ୱବୋଧରର ଏକ ବୃହତ ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ସରକାରୀ ବାସଭବନରେ ଗୀତିକାର ଡ. ସନାତନ ପଣ୍ଡାଙ୍କ ଦ୍ୱାରା ରଚିତ ଏହି ଭିଡିଓର ଉନ୍ମୋଚନ କରିବା ସହ ଭିଡ଼ିଓର ସ୍ରଷ୍ଟା ଦୁଇ ଭଉଣୀ ଏବଂ ଏହି ଭିଡ଼ିଓ ପ୍ରସ୍ତୁତି ସହ ଜଡ଼ିତ ସମସ୍ତ କଳାକାର, ଗୀତିକାର ଓ ଅଭିଭାବକଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତିI କିଶୋର ଓ ଶିଶୁ କଳାକାରମାନଙ୍କ ମନୋମୁଗ୍ଧକର ପରିବେଷଣ କଳା, ସଂସ୍କୃତି ଓ ସମାଜ ପ୍ରତି ସେମାନଙ୍କ ଚିନ୍ତାଧାରା ଓ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିବା ସହ  ଏପରି ମନୋଭାବ ଭବିଷ୍ୟତର ନାଗରିକ ସଂସ୍କୃତି ନିର୍ମାଣରେ ନିଶ୍ଚିତ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶାପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *