ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱରସ୍ଥିତ ଲୋକ ଭବନ ଠାରେ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ମନ୍ତ୍ରୀଗଣ, ସାଂସଦ, ବିଧାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୂର୍ବତନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ପରେ ଶ୍ରୀ ରାମ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବ ପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ତିନିଥର ସାଂସଦ ଓ ପୂର୍ବତନ ବିଧାୟକ ଥିବା  ବର୍ତ୍ତମାନର ରାଜ୍ୟପାଳ ଶ୍ରୀ ରାମ ଶନିବାର ଦିନ ଭୁବନେଶ୍ୱର ପହଞ୍ଚିଥିଲେ। ବିମାନବନ୍ଦରରେ ଅବତରଣ କରିବା ପରେ ସେ ତାଙ୍କ ପରିବାର ସହିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଓଡ଼ିଶା ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *