ଜଳ ସଂପଦର ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ସଂପର୍କିତ କର୍ମଶାଳା

ଭୁବନେଶ୍ୱର:  ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି) ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରି ଜଳ ସମ୍ପଦର ପରିଚାଳନା ଏବଂ ତଥ୍ୟ  ସଂଚାରଣ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି।

ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ  ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ  ବୈଷୟିକ ଜ୍ଞାନକୌଶଳକୁ  ସମନ୍ୱିତ କରିବା ଏବଂ  ବୁଦ୍ଧିମାନ ତଥ୍ୟ ପ୍ରଣାଳୀର ଗୁରୁତ୍ୱ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ ଏହି ଅବସରରେ ଉନ୍ନୟନ କମିଶନର କହିଛନ୍ତି ଯେ, ଆମେବିକଶି ଓଡିଶା @୨୦୩୬ଏବଂବିକଶି ଭାରତ @୨୦୪୭ପାଇଁଭିଜନ ଡକ୍ୟୁମେଣ୍ଟପ୍ରସ୍ତୁତ କରୁଛୁ, ଏବଂ ସେଥିରେ ଆମେ ବିଭିନ୍ନ ଅଧ୍ୟାୟକୁ ଦେଖୁଛୁ, ତନ୍ମଧ୍ୟରୁ ମହିଳା ନେତୃତ୍ୱାଧିନ ବିକାଶ ହେଉ ବା ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଏବଂ ସୁଶାସନରେ ଆଇଟିର ପ୍ରୟୋଗ ହେଉ, ସବୁଥିରେ ଡିଜିଟାଇଜେସନ ଏବଂ ତଥ୍ୟ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏହି ପ୍ରସଙ୍ଗରେ, ପ୍ରତ୍ୟେକ ବିଭାଗ ନିଜ ନିଜ ବିଭାଗର ଦକ୍ଷତା ବୃଦ୍ଧି କରିବା ପାଇଁ ଏଆଇ ଉପଯୋଗର ଆବଶ୍ୟକତା ରହିଥିବା ସଂପର୍କରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।

ଜଳ ପରିଚାଳନାରେ  ସକ୍ରିୟ ଅଂଶୀଦାର, ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କୁ ବୈଷୟିକ ସଂସ୍ଥାଗତ ଦକ୍ଷତାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳା,  କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏଆଇ ସାଧନଗୁଡ଼ିକର  ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଜଳ ସମ୍ପଦ କ୍ଷେତ୍ରରେ ଡାଟା (ତଥ୍ୟ) ଆଧାରିତ ଯୋଜନା , ଦକ୍ଷ ନିରୀକ୍ଷଣ   ସୂଚନାଭିତ୍ତିକ ନିଷ୍ପତ୍ତି ନେଇ ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି। ଏହି କର୍ମଶାଳା ଜଳ ପରିଚାଳନା କ୍ଷେତ୍ରରେ ରାଜ୍ୟର ଆଭିମୁଖ୍ୟକୁ ଜାତୀୟ ବିକାଶ ଲକ୍ଷ୍ୟ ବିଶ୍ୱର ସର୍ବୋତ୍ତମ ଅଭ୍ୟାସ ଆଭିମୁଖ୍ୟ ସହିତ ସଂଯୋଜିତ କରିବାର ସୁଯୋଗ ପ୍ରଦାନ କରିଛି

କର୍ମଶାଳାରେ (ଏସଡବ୍ଲୁଆଇସି) ନିର୍ଦ୍ଦେଶକ ଇଂ.  କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଜଳ ସମ୍ପଦର ସ୍ଥାୟୀ ସମାନତା ଭିତ୍ତିରେ  ପରିଚାଳନା ନିଶ୍ଚିତ କରିବା ପାଇଁ ତଥ୍ୟ ଆଧାରିତ ପରିଚାଳନା ମଡେଲର ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ଜଳ ସଂପର୍କିତ ତଥ୍ୟ ଏବଂ ଯୋଜନା ନୀତି ପ୍ରୟୋଗରେ ଏହାର ପ୍ରୟୋଗ ପାଇଁ ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର ଏକ ଜ୍ଞାନକେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଗୁରୁତ୍ୱ ଦିଆଯାଇଛି ଉଦଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଚନ୍ଦ୍ରଶେଖର ପାଢୀ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ (ଆଇଆଇଡବ୍ଲୁଏମ) ନିର୍ଦ୍ଦେଶକ ଇଂ. . ଷଡ଼ଙ୍ଗୀ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ନିର୍ଦ୍ଦେଶକ ଡଃ. ବି.କେ ସାହୁ ପ୍ରମୁଖ ଯୋଗଦେଇ ବିଷୟ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ।

ଅନୁଷ୍ଠିତ କର୍ମଶାଳାରେ ଏସଡବ୍ଲୁଆଇସି ଆଇଆଇଟି ଭୁବନେଶ୍ୱର ସହିତ ଏହି ମୂଲ୍ୟବାନ ଆଲୋଚନା ପ୍ରଶିକ୍ଷଣ ପଦକ୍ଷେପ, ଏଥିରେ ଅଂଶଗ୍ରହଣ କରିଥିବା ଅଂଶଦାର ଅନୁଷ୍ଠାନ ତଥା ବିଭାଗର ସମସ୍ତ ଇଂଜିନିଅର, ଡାଟା ମ୍ୟାନେଜର, ଆଇ.ଟି. ପେଶାଦାର ଏବଂ ଯୋଜନା ପ୍ରସ୍ତୁତକାରୀଙ୍କୁ ଜ୍ଞାନ ଆହରଣ କରିବା ସର୍ବୋତ୍ତମ ଅଭ୍ୟାସଗୁଡିକୁ ସମାନ୍ତରାଳ ଭାବେ ବିଭିନ୍ନ ବିଭାଗରେ ପ୍ରୟୋଗ କରାଯାଇପାରିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା

ଅନୁଷ୍ଠିତ ବୈଷୟିକ ଅଧିବେଶନ-୧ରେ ଆଇଆଇଟି କମ୍ପ୍ୟୁଟର ବିଜ୍ଞାନ ଇଂଜିନିୟରିଂର ବିଭାଗୀୟ ମୁଖ୍ୟ ଡଃ. ଦେବୀ ପ୍ରସାଦ ଡୋଗ୍ରା ଯୋଗଦେଇ କୃତ୍ରିମ ବୁଦ୍ଧିମତା ତଥ୍ୟ ବିଶ୍ଳେଷଣର ଗୁରୁତ୍ୱ ଏବଂ ଏହା ଜଳ ପରିଚାଳନା, କ୍ଷେତ୍ର ସର୍ବେକ୍ଷଣ କୃଷି ତଥା କୃଷିଭିତ୍ତିକ ନିଯୁକ୍ତିରେ କିପରି ସହାୟକ ହୋଇପାରିବସେ ସଂପର୍କରେ ଉପସ୍ଥାପନ କରିଥିଲେ ପରେ ପରେ ଟିମ ଭାସରତରଫରୁ ଜଳସଂପଦ ବିଭାଗରେ ବିକଶିତ ୱାଟର ଇଆରପି” (ଇମରଜେନସି ରେନ୍ସପନ୍ ପ୍ଲାନ) “ଗୋ ଓ୍ୱାଟରସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବୁଝାଯାଇଥିଲା

ବୈଷୟିକ ଅଧିବେଶନ୨ରେ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ ଭୂ, ସାଗର ଏବଂ ଜଳବାୟୁ ବିଜ୍ଞାନର ପ୍ରାଧ୍ୟାପକ ଃ. ସନ୍ଦୀପ ପଟ୍ଟନାୟକ ଯୋଗଦେଇ ବର୍ଷା ପୂର୍ବାନୁମାନ ସଂପର୍କରେ ଏଆଇ କିପରି ଉଲ୍ଲେଖନୀୟ ଭାବେ ନିଷ୍ପତ୍ତି ନେବାରେ ଗୁରୁତ୍ୱ ଭୂମିକା ନିର୍ବାହ କରୁଛି, ସେ ସଂପର୍କରେ ଉପସ୍ଥାପନ ପ୍ରକାଶ କରିଥିଲେ

ବୈଷୟିକ ଅଧିବେଶନ୩ରେ ଆଇଆଇଟି, ଭୁବନେଶ୍ୱର କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରଂ ତଥା ଇଲେକଟ୍ରିକାଲ କମ୍ପ୍ୟୁଟର ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ରାପ୍ରକାଶ ପାଢ଼ୀ ଯୋଗଦେଇ ଜଳ ପରିଚାଳନା ପାଇଁ ସର୍ବୋତ୍ତମ ଅଭ୍ୟାସ ନିମନ୍ତେ ଏଆ ମାଧ୍ୟମରେ ଅଧିକ ଶିକ୍ଷା ଅନୁସଂନ୍ଧାନ ଆବଶ୍ୟକତା ସଂପର୍କରେ ଉପସ୍ଥାପନ କରିଥିଲେ ଶେଷ ଅଧିବେଶନରେ ଆଇଆଇଟି ସ୍କୁଲ ଅଫ ଇନ୍ଫ୍ରାଷ୍ଟକ୍ଚରପ୍ରାଧ୍ୟାପକ ଃ. ମିନୁରାମ ଦାସ ସରକାର ଯୋଗଦେଇ ଜଳ ପରିଚାଳନା ଡିଜିଟାଲ ଟେକ୍ନୋଲୋଜି ସଂପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *