ରାଜ୍ୟସ୍ତରରେ ୧୯ ତମଜାତୀୟ ପରିସଂଖ୍ୟାନ ଦିବସ ପାଳିତ                   

ଭୁବନେଶ୍ୱର: ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅନ୍ତର୍ଗତ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ରାଜ୍ୟସ୍ତରରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ ତାଙ୍କର ଅଭିଭାଷଣରେ ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାରେ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ବଡ଼ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏହା ରାଜ୍ୟର ସାମାଜିକଆର୍ଥିକ ପ୍ରଗତିକୁ ମାପିବା ପାଇଁ ଏକ ଦର୍ପଣ ସଦୃଶ କାର୍ଯ୍ୟ କରିବ ଏବଂ ରାଜ୍ୟର ପ୍ରଗତି ପଥରେ କି କି ଆବଶ୍ୟକତା ରହୁଛି, ସେ ସମ୍ପର୍କରେ ଆଗକୁ ପଥ ପ୍ରଦର୍ଶକ ହେବ ବୋଲି ମୁଖ୍ୟ ଶାସନ ସଚବ ପ୍ରକାଶ କରିଥିଲେ ସେ ମଧ୍ୟ ଏଥିପାଇଁ  ରାଜ୍ୟର ବିଭିନ୍ନ ସଂସ୍ଥାଗତ ବା ଆନୁଷ୍ଠାନିକ ଦକ୍ଷତା ବିକାଶ ପ୍ରତି ଗୁରୁତ୍ୱାରୋପ କରିଥିଲେ

ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ ସମାରୋହକୁ ସମ୍ବୋଧିତ  କରି  ଏହି ଦିବସ ପାଳନର  ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ,  ବିକଶିତ ଓଡ଼ିଶା-୨୦୩୬  ଏବଂ ବିକଶିତ ଭାରତ -୨୦୪୭ ଲକ୍ଷ୍ୟ ନେଇ ଓଡ଼ିଶା ଭିଜନ ନିକଟରେ  ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଏଥିରେ ଥିବା  ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମକୁ  ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ଉନ୍ନତ କରାଯିବାର ଆବଶ୍ୟକତା ରହିଛି। ‘ସୁଭଦ୍ରାଯୋଜନାର କାର୍ଯ୍ୟକାରିତାର ଉଦାହରଣ ଦେଇ ସେ କହିଲେ ଯେ, ଓଡିଶା ସରକାର ତଥ୍ୟର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି  ଏବଂଏହି ପ୍ରକ୍ରିୟାରେରାଜ୍ୟ ଏକ ସଶକ୍ତ ଡାଟାବେସ୍ ପ୍ରସ୍ତୁତ କରିଛି, ଯାହା ଅନ୍ୟ ହିତାଧିକାରୀକୈନ୍ଦ୍ରିକ ଯୋଜନାର କାର୍ଯ୍ୟାନ୍ୱୟରେ  ବ୍ୟବହାର କରାଯିବ।

ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ ଯୋଗଦେଇ ରାଜ୍ୟ ସରକାର ରାଜ୍ୟରେ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ କରିବାରେ ପୂର୍ଣ୍ଣ ସହାୟତା ଦେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଗତ କିଛି ବର୍ଷ ଧରିରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢୀକରଣ ଏବଂ ଆଧୁନୀକିକରଣ କରାଯାଉଥିବା ସଂପର୍କରେ ଆଲୋକପାତ କରିଥିଲେ

ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟକ୍ରମ ମନ୍ତ୍ରାଳୟର ପ୍ରାକ୍ତନ ମହା ନିର୍ଦ୍ଦେଶକ ଶ୍ରୀ ଆଶିଷ କୁମାର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ  ଯୋଗଦେଇଥିଲେ ସେ ଭାରତ ସରକାରଙ୍କ  ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଭୂମିକା ସଂପର୍କରେ ଆଲୋକପାତ କରି କହିଲେ ଯେ, ଅଣ ସଂଗଠିତ ଅର୍ଥନୀତିକ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ତଥ୍ୟ ନିୟମିତ ବ୍ୟବଧାନରେ ପ୍ରଦାନ ନିମନ୍ତେ  ନମୁନା ସର୍ବେକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏସବୁ ଡାଟା ବିଭିନ୍ନ ବିଭାଗରେ ସେମାନଙ୍କର ଯୋଜନା ନୀତି ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ,  ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ସହଯୋଗୀ ଭାବରେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସନୀୟ ତଥ୍ୟ ସଂଗ୍ରହ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି

୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତରଫରୁ ବିକଶିତ ଏକ ଓ୍ୱେବ୍ ସାଇଟ୍ – “ଡାଇନାମିକ ଆଣ୍ଡ ଇଣ୍ଚରାକ୍ଟିଭ୍ ଶୁଭାରମ୍ଭ କରାଯାଇଥିଲା ଆହୁରି ମଧ୍ୟ ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି) ଏକ ଡ୍ୟାସ୍ ବୋର୍ଡ ଏବଂକ୍ୟାପିସର୍ବେକ୍ଷଣ ଜରିଆରେ ତଥ୍ୟ ସଂଗ୍ରହ ଉପରେ ଆଧାରିତ ଏକ ଓ୍ୱେବ୍ ପୋର୍ଟାଲ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏଥିସହିତ ୭ମ କ୍ଷୁଦ୍ର ଜଳସେଚନ ଗଣନା, ପ୍ରଥମ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ୱ ଗଣନା, ୨ ୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ମଧ୍ୟ ଶୁଭାରମ୍ଭ  ହୋଇଥିଲା।

ଏହି ଅବସରରେ  ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପ୍ରକାଶିତ ବାର୍ଷିକ ପ୍ରକାଶନ ସମୀକ୍ଷାଏବଂ ଅନ୍ୟ କେତେକ ପରିସଂଖ୍ୟାନଭିତ୍ତିକ ପତ୍ରିକା ଯଥାଓଡ଼ିଶାରେ ମହିଳା ପୁରୁଷ”, “ଜିଲ୍ଲା ପରିସଂଖ୍ୟାନ ହ୍ୟାଣ୍ଡ ବୁକ୍୨୦୨୪” , “ବାର୍ଷିକ ଶିଳ୍ୱ ସର୍ବେକ୍ଷଣ”, “ଶିଳ୍ପ ଉତ୍ପାଦନ ସୂଚକଆଦି ଉନ୍ମୋଚିତ ହୋଇଥିଲା  

ଏହି କାର୍ଯ୍ୟକ୍ରମରେ ଯୋଜନା ସଂଯୋଜନ ବିଭାଗ ତଥା  ରାଜ୍ୟ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ  ସମେତ ବିଭିନ୍ନ ବିଭାଗର ବରିଷ୍ଠ  ପଦାଧିକାରୀ, ବିଭିନ୍ନ ବିଭାଗର ପରିସଂଖ୍ୟାନ ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ, ୩୦ ଟି  ଜିଲ୍ଲାର ଯୋଜନା ତଦାରଖ ୟୁନିଟ୍ ଅଧିକାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ 

ଏଥିସହିତ ଏହି ପରିପ୍ରେକ୍ଷୀରେ ଅର୍ଥନୀତି ପରିସଂଖ୍ୟାନ ନିର୍ଦ୍ଦେଶାଳୟ  ତରଫରୁ ଜିଲ୍ଲା ଘରୋଇ ଉତ୍ପାଦଦୃଷ୍ଟିକୋଣ ଆକଳନ, ପଦ୍ଧତି, ସେଥିରେ ରହୁଥିବା  ସମସ୍ୟା ଆହ୍ୱାନ ସଂପର୍କରେ  ତିନି ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି ଏଥିରେ ଉତ୍ତର ପ୍ରଦେଶ ଏବଂ  କର୍ଣ୍ଣାଟକ ରାଜ୍ୟର  ଅର୍ଥନୀତି ପରିସଂଖ୍ୟାନ  ନିର୍ଦ୍ଦେଶାଳୟର ପ୍ରତିନିଧିମାନେ ଯୋଗଦାନ କରି ଜିଲ୍ଲା ଘରୋଇ ଉତ୍ପାଦନ ମୂଲ୍ୟାଙ୍କନ ଯାତ୍ରାରେ ତାଙ୍କର ଅନୁଭୂତି ଉପସ୍ଥାପନ କରିଛନ୍ତି ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟକ୍ରମ ମନ୍ତ୍ରାଳୟର ପ୍ରାକ୍ତନ ମହା ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁମାର ଯୋଗଦେଇ ଆଲୋଚନା ଚକ୍ରକୁ ପରିଚାଳନା କରିବା ସହ ଏ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ପ୍ରକାଶ କରି ଆବଶ୍ୟକ ପରାମର୍ଶ ଦେଉଛନ୍ତି

Leave a Reply

Your email address will not be published. Required fields are marked *