ଭୁବନେଶ୍ୱର: ଶିଳ୍ପାୟନ ରେ ଅଗ୍ନୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କାରଖାନା ମାନଙ୍କରେ ନିଯୁକ୍ତ ଅଗ୍ନୀ ସୁରକ୍ଷା ଅଧିକାରୀ ମାନଙ୍କର ପାରିଦର୍ଶିତା ବୃଦ୍ଧି ନିମନ୍ତେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୁଲ୍ୟରେ ସଂସ୍ଥାନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଉଛି।
ପୂର୍ବାହ୍ନରେ କର୍ମଶାଳାକୁ ମୁଖ୍ୟ ଅତିଥି ସରକାରଙ୍କ ଶ୍ରମ ଏବ୍ଂ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶକ ନିତି ରଂଜନ ସେନ ଉଦଘାଟନ କରିଥିଲେ। ଅଗ୍ନୀ ସୁରକ୍ଷା ଅଧିକାରୀ ମାନେ ସଚେତନ ଏବଂ ଦାୟିତ୍ୱବାନ ହେଲେ ଅଗ୍ନି ଜନିତ କ୍ଷୟକ୍ଷତିକୁ ଏଡ଼ାଇବା ସହିତ ବହୁ ଧନଜୀବନକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ମୁଖ୍ୟଅତିଥି ତାଙ୍କ ଉଦ୍ବୋଧନରେ ପ୍ରକାଶ କରିଥିଲେ।
କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ। କାରଖାନା ପରିସରରେ ଅଗ୍ନୀ ପ୍ରବଣ ସ୍ଥାନ ଚିହ୍ନଟ ଏବଂ ଏହାର ବର୍ଗୀକରଣକୁ ପ୍ରାଥମିକତା ଦେବା ସହିତ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କିମ୍ବା ବ୍ୟବସ୍ଥାରେ ଅଭିବୃଦ୍ଧିର ଆବଶ୍ୟକତା ଉପରେ ଏକ ସ୍ପଷ୍ଟ ବିଚାର ରଖିବା ଏବଂ ଏହା ଶୀଘ୍ର କାର୍ୟ୍ୟକାରୀ ହୋଇ ପାରିଲେ ରାଜ୍ୟରେ ଶୂନ୍ୟ ଦୁର୍ଘଟଣା ନୀତିର ପରିପାଲନ ସମ୍ଭବ ହେବାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଡଃ ପ୍ରଧାନ ପ୍ରକାଶ କରିଥିଲେ। ସଫଳ ଭାବେ ତାଲିମ କାର୍ୟ୍ୟକ୍ରମ ସମାପନ ଅପରାହ୍ଣରେ ୮୧ ଜଣ ଶ୍ରମ ଅଗ୍ନୀ ସୁରକ୍ଷା ଅଧିକାରୀଙ୍କୁ ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଶ୍ରୀ ସେନ୍ ପ୍ରମାଣପତ୍ର ବଣ୍ଟନ କରିଥିଲେ।