‘ସୂଚନା ଓ ଲୋକସମ୍ପର୍କ ପରସ୍ପର ପରିପୂରକ’

ଭୁବନେଶ୍ୱର: ସୂଚନା ଲୋକସମ୍ପର୍କ ପରସ୍ପର ପରିପୂରକ ଜନସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।  ଲୋକସଂପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ଏକ ପ୍ରମୁଖ ଆବଶ୍ୟକତା ପଞ୍ଚାୟତିରାଜ, ପାନୀୟଜଳ ଯୋଗାଣ ପରିମଳ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ, ଆଇନ୍, ଆଦି ବିଭିନ୍ନ ବିଭାଗରେ କରାଯାଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ସଂପର୍କିତ ସୂଚନା ଏହାର ପ୍ରଚାର ପ୍ରସାରରେ ସୂଚନା ଲୋକ ସଂପର୍କ ଅଧିକାରୀମାନେ ଗୁରୁତ୍ୱ ଭୂମିକା ନିର୍ବାହ କରୁଛନ୍ତି ଏହି ପ୍ରୟାସ ଅଧିକ ବ୍ୟାପକ ସୁବ୍ୟବସ୍ଥିତ ହେବା ସଂପର୍କରେ ନୂତନ ଭାବେ  ଦାୟିତ୍ୱ ନେଇଥିବା ସୂଚନା ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରକାଶ କରିଛନ୍ତି

ସୂଚନା ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଲୋକ ସଂପର୍କ ଭବନସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଯାଇ ପ୍ରଥମେ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ବିଭାଗର ନିର୍ଦ୍ଦେଶକ ଅନୂଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ କର୍ମଚାରୀମାନେ ନୂତନ ସଚିବଙ୍କୁ ସ୍ୱାଗତ କରିଥିଲେ ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ସେବା ଅଧିକାରୀ କର୍ମଚାରୀମାନଙ୍କ ସହିତ  ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ପରାମର୍ଶ ଦେଇଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା , ସୂଚନା ସେବା ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପର୍କରେ ମନେପକାଇ ଦେଇଥିଲେ ସେ କହିଥିଲେ ଯେ, ସୂଚନା ପ୍ରଦାନ କରୁଥିବା ବିଭିନ୍ନ ବିଭାଗ, ସୂଚନାକୁ ସର୍ବସାଧାରଣରେ ପ୍ରକାଶନ ପ୍ରସାରଣ କରାଉଥିବା ଗଣମାଧ୍ୟମ ସୂଚନା ପାଉଥିବା ଜନସାଧାରଣ ଲୋକ ସଂପର୍କ ବିଭାଗର ପ୍ରମୁଖ ଅଂଶୀଦାର ଠିକ୍ସମୟରେ ସଠିକ ସମ୍ବାଦ ପ୍ରେରଣ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା କାର୍ଯ୍ୟକ୍ରମଗୁଡିକୁ ବୈଦ୍ୟୁତିକ, ମୁଦ୍ରଣ ସାମାଜିକ ଗଣମାଧ୍ୟମରେ  ବହୁଳ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ  ବିଭିନ୍ନ ବିଭାଗର ମନ୍ତ୍ରୀ , ସଚିବ ଅନ୍ୟ ଅନୁଷ୍ଠାନରେ ନିୟୋଜିତ ସୂଚନା ଅଧିକାରୀମାନଙ୍କୁ ସେମାନଙ୍କର କାର୍ଯ୍ୟରେ ଅଭିନବତ୍ୱ ଆଣିବା ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଥିଲେ ବିଭାଗର ଅନ୍ୟ ବିଭିନ୍ନ ଶାଖାର ଅଧିକାରୀମାନଙ୍କୁ ସେ ବିଭାଗୀୟ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ସହ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରସ୍ପରିକ ସୁସଂପର୍କ ଓ ସଦଭାବନା ସହ ସମ୍ମିଳିତ ଭାବେ କାର୍ଯ୍ୟ କରିବା, ବିଭାଗର ସୁନାମ ସମ୍ମାନ ବଜାୟ ରଖିବାକୁ ଆବଶ୍ୟକ ପରାମର୍ଶ ଦେଇଥିଲେଏହି ଅବସରରେ ସେ ବିଭାଗୀୟ ଅନ୍ୟ ବିଭିନ୍ନ କାର୍ଯ୍ୟ ସହିତ ସାମ୍ବାଦିକମାନଙ୍କ କଲ୍ୟାଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୈଠକରେ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ,  ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ଅନ୍ୟ ବିଭିନ୍ନ ଶାଖାର ଅଧିକାରୀମାନେ ଉପସ୍ଥିତ ଥିଲେ। 

Leave a Reply

Your email address will not be published. Required fields are marked *