ଭୁବନେଶ୍ଵର: ୨୦୨୬ ମସିହା ନଭେମ୍ବର ମାସ ୯ ତାରିଖ (ସୋମବାର) ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ଓଡିଶା ବିଜ୍ଞାନ ଏକାଡେମୀର ୨୦୨୪ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଏକାଡ଼େମୀର ସଭାପତି ଶିବାନୀ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ୧୬ ଜଣ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ। ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡିଶା ଦେଓରଞ୍ଜନ କୁମାର ସିଂହ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ ସମ୍ମାନନୀୟା ଅତିଥି ଭାବେ ଯୋଗଦେଇଥିଲେ।
ବରିଷ୍ଠ ବୈଜ୍ଞାନିକ ସମର୍ଦ୍ଧନା ନିମନ୍ତେ ବନ୍ୟ ପ୍ରାଣୀ ବିଜ୍ଞାନୀ ଡାଃ. ଲାଲା ଅଶ୍ଵିନ କୁମାର ସିଂହ ଓ ଡା. ସୁଧାକର କର , କୃଷି ବିଜ୍ଞାନୀ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରାଣୀ ବିଜ୍ଞାନୀ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ରସାୟନ ବିଜ୍ଞାନୀ ପ୍ରଫେସର ବିଜୟ କୁମାର ମିଶ୍ରଙ୍କୁ ବିଜ୍ଞାନ ଗବେଷଣା ଓ ବିଜ୍ଞାନକୁ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ (ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ଦେଇ ବରିଷ୍ଠ ବୈଜ୍ଞାନିକ ଭାବେ ସମବର୍ଦ୍ଧନା ଜ୍ଞାପନ କରଯାଇଥିଲା। ‘ବୈଜ୍ଞାନିକ ଉତ୍କର୍ଷ ପାଇଁ ଡାଃ ସୁରେନ୍ଦ୍ର କୁମାର ବିଶ୍ଵାଳଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର) ପୁରସ୍କାର ରାଶି –ଦୁଇ ଲକ୍ଷ ଟଙ୍କା, ରୌପ୍ୟ ପଦକ, ପ୍ରମାଣ ପାତ୍ର ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରଯାଇଥିଲା। ଓଡିଶାରେ କାର୍ଯ୍ୟରତ ବୈଜ୍ଞାନିକ ଡାଃ ଉମାକାନ୍ତ ଶୁବୁଦ୍ଧିଙ୍କୁ (ଜୀବ ବିଜ୍ଞାନ ବିଭାଗ), ପ୍ରଫେସର ଶୁଭଂକର ବେଦାନ୍ତ (ଭୌତିକ ବିଜ୍ଞାନ ବିଭାଗ), ପ୍ରଫେସର ଜଗଦୀଶ ଚନ୍ଦ୍ର ପାଲ (ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ) ଓ ଓଡିଶା ବାହାରେ କାର୍ଯ୍ୟରତ ବୈଜ୍ଞାନିକ ପ୍ରଫେସର ରଘୁନାଥ ସାହୁଙ୍କୁ ସାମନ୍ତ ଚନ୍ଦ୍ର ଶେଖର ପୁରସ୍କାରରେ ପୁରସ୍କୃତ ସ୍ୱରୂପ (ଏକ ଲକ୍ଷ ଟଙ୍କା, ରୌପ୍ୟ ପଦକ, ପ୍ରମାଣ ପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରାଗଲା। ସେହିଭଳି ଓଡିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇଁ ଡାଃ ଚିତ୍ତରଞ୍ଜନ ସାହୁ (ଜୀବ ବିଜ୍ଞାନ), ଡାଃ ରୁଦ୍ର ମାଝି (ଭୌତିକ ବିଜ୍ଞାନ), ଡାଃ ରାମ ପ୍ରସାଦ ପାଢୀ (ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା) ଓ ଓଡିଶା ବାହାରେ କାର୍ଯ୍ୟରତ ଓଡିଆ ଯୁବ ବୈଜ୍ଞାନିକ ରବୀନ୍ଦ୍ର ନାଥ ମହାନ୍ତିଙ୍କୁ (ପଚିଶି ହଜାର ଟଙ୍କା, ପ୍ରମାଣ ପତ୍ର, ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରି ପୁରସ୍କୃତ କରାଗଲା। ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର (ସାଧାରଣ ବିଭାଗ) ଡାଃ ଭଗବାନ ପାତ୍ର ଓ (ଶିଶୁ ବିଜ୍ଞାନ ବିଭାଗ) ପାଇଁ ଡାଃ କୃତ୍ତିବାସ ନାୟକଙ୍କୁ (ପଚିଶ ହଜାର ଟଙ୍କା, ପ୍ରମାଣ ପତ୍ର , ମାନପତ୍ର, ସ୍ମୃତି ସ୍ମାରକ ଏବଂ ଉତ୍ତରୀୟ) ପ୍ରଦାନ କରାଗଲା। ଅନୁଜ।ତାରିଣୀ ମିଶ୍ର କାର୍ଯ୍ୟପରିଚାଳନା ଓ ବିଭାଗର ଉପଶାସନ ସଚିବ ଉର୍ମିପ୍ରଭା ମହାରଣା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
