ନୋଟାରୀମାନେ ନିୟମିତ କାର୍ଯ୍ୟର ବିବରଣୀ ଦାଖଲ କରିବେ

ଭୁବନେଶ୍ୱର: ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିI ଏହି କ୍ରମରେ ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିI

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ ବିଷୟରେ ଆଲୋଚନା ହୋଇଥିଲାI  ଏହି ୱେବ ପୋର୍ଟାଲ ଜରିଆରେ ସବୁ ନୋଟାରୀ ଓ ଆଇନଜୀବୀଙ୍କୁ ପଞ୍ଜିକୃତ କରାଯିବI ନୂଆ ନିଯୁକ୍ତି ଲାଗି ମଧ୍ୟ ନୋଟାରୀ ମାନେ ଏହି ପୋର୍ଟାଲ ଜରିଆରେ ଦରଖାସ୍ତ କରିପାରିବେI ପରବର୍ତ୍ତୀ ସମୟରେ ନୋଟାରୀ ମାନେ ନିୟମିତ ନିଜ କାର୍ଯ୍ୟର ବିବରଣୀ ଏହି ପୋର୍ଟାଲ ଜରିଆରେ ଦାଖଲ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲାI ଏଥିସହିତ ସହଜ ବ୍ୟବହାର ଲାଗି ଏକ ମୋବାଇଲ ଆପ ପ୍ରସ୍ତୁତ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେI ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଅରୁଣ କୁମାର ସାହୁ ଏବଂ ଯୁଗ୍ମ ଶାସନ ସଚିବ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେI

Leave a Reply

Your email address will not be published. Required fields are marked *