ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା ୩୦ ତାରିଖରେ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ ହେବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା ଶନିବାର, ୩୦ ତାରିଖ , ୨୦୨୬ ଅପରାହ୍ନ ୩:୦୦ ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ (Special Appellate Camp Court) ଆୟୋଜିତ ହେବାନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ  ଏବଂ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୁଦ୍ଧରେ ଆସିଥିବା ଅପିଲ୍ ମାମଲାଗୁଡ଼ିକର ଶୁଣାଣି ଏବଂ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଇଛି।

ପଡ଼ି ରହିଥିବା ଅପିଲ୍ ମାମଲାଗୁଡ଼ିକର ଶୀଘ୍ର ସମାଧାନ ନିଶ୍ଚିତ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅପିଲ୍ କର୍ତ୍ତୃପକ୍ଷ (Appellate ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ , ସ୍ଵତନ୍ତ୍ର ସଚିବ ଗଙ୍ଗାଧର ନାୟକ, ଅତିରିକ୍ତ ସଚିବ ସୌରୀନ୍ଦ୍ର ରାଉତରାୟ।, ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ସଚିବ ସହଦେବ ସାମୁଡ଼ିଆ , ଅତିରିକ୍ତ ସଚିବ ସୁଭାନନ୍ଦ ମହାପାତ୍ର ଏବଂ ଅତିରିକ୍ତ ସଚିବ ଶତ୍ରୁଘ୍ନ କର ସାମିଲ ଅଛନ୍ତି। କାର୍ଯ୍ୟଧାରାକୁ ସୁରୁଖୁରୁରେ ଏବଂ ଦକ୍ଷତାର ସହ ପରିଚାଳନା କରିବା ପାଇଁ, ମାମଲା ପରିଚାଳନା ଏବଂ ସମ୍ପର୍କିତ କାର୍ଯ୍ୟରେ ସହାୟତା ପ୍ରଦାନ କରିବା ନିମନ୍ତେ ସମ୍ପୃକ୍ତ ଅପିଲ୍ କର୍ତ୍ତୃପକ୍ଷମାନଙ୍କ ସହ ନିର୍ଦ୍ଦିଷ୍ଟ ଅଧିକାରୀ ଏବଂ ସହାୟକ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

କ୍ୟାମ୍ପ କୋର୍ଟ ପ୍ରକ୍ରିୟା ସମୟରେ ଅପିଲ୍‌ଗୁଡ଼ିକର ସଠିକ୍ ପ୍ରସ୍ତୁତି ଏବଂ ସମୟୋଚିତ ସମାଧାନ ନିଶ୍ଚିତ କରିବା ପାଇଁ, ବିଭାଗର ନଗର ଯୋଜନା (Town Planning – TP) ଶାଖାରୁ ସମସ୍ତ ସମ୍ପୃକ୍ତ ମାମଲା ରେକର୍ଡ ପୂର୍ବରୁ ସଂଗ୍ରହ କରିବାକୁ ସହାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *