ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଲୋକସେବା ଭବନ କନଫରେନ୍ସ ହଲରେ  ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ସବ୍ କମିଟି ଗଠନ କରାଯାଇଥିଲା ଯାହାର ଚେୟାରମ୍ୟାନ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଛନ୍ତି ।

ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କଣ ରହିବ ସେନେଇ ବୈଠକରେ ଆନ୍ତଃ ବିଭାଗୀୟ ସମନ୍ୱୟ ବିଷୟରେ ଆଲୋଚନା କରାଯାଇଛି। ଏଥିସହିତ ଭୁବନେଶ୍ୱର ସହରର ଦୃଢ଼ ଓ ଦକ୍ଷ ସାର୍ବଜନୀନ ପରିବହନ ବ୍ୟବସ୍ଥା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ କମ୍ପ୍ରେସିଭ ମୋବିଲିଟି ପ୍ଲାନ, ରେଳ- ସଡ଼କ ପରିବର୍ତ୍ତନ ପଥ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଜନସାଧାରଣଙ୍କ ହିତ ଓ ଟ୍ରାଫିକ ଡ଼ିକଞ୍ଜେକ୍ସନକୁ ଦୃଷ୍ଟିରେ ରଖି ମେଟ୍ରୋ ପ୍ରକଳ୍ପ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏନେଇ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନର ସିଇଓ କଲ୍ୟାଣ ପଟ୍ଟନାୟକ, ବିକାଶ କୁମାର, ପ୍ରମିତ ଗର୍ଗ ପ୍ରମୁଖଙ୍କ ସହ ଆଲୋଚନା କରାଯାଇଛି ।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।  ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ନଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ  ବୈଠକରେ ଉପସ୍ଥିତ ନିଜର ମତାମତ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *