ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme -ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଉକ୍ତ ପାଠ୍ୟକ୍ରମ ନିମନ୍ତେ ଆବେଦନ କରିପାରିବେ। ଜୁନ୍ ୨୦ ତାରିଖ ଅପରାହ୍ନ ୨ ଘଟିକାଠାରୁ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନ ପ୍ରକିୟା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ।
ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ନାମଲେଖା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଦ୍ୱାରା ଅନୁଷ୍ଠିତ ନ୍ୟାସନାଲ୍ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ର (NCET-2026) ମାର୍କ ଆଧାରରେ କରାଯିବ।
ଶିକ୍ଷାବର୍ଷ ୨୦୨୬-୨୭ରେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ପାଠପଢ଼ା ଆସନ୍ତା ଅଗଷ୍ଟ ୧, ୨୦୨୬ ରିଖରେ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
