ଗଞ୍ଜାମ ପୋଲିସକୁ ସଫଳତା
୨୦ ଗିରଫ: ୮ ମାଉଜର୍ ଓ ୩୧ ଅଫୁଟା ଗୁଳି ସହ ୧୪ ମୋବାଇଲ ଜବତ

ଛତ୍ରପୁର: ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସପଳତା । ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ଅପରାଧୀଙ୍କ ଉପରେ ଚଢାଉ କରି ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବା ସହ ସେମାନକୁ ଗିରଫ କରିଛି । ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ଏକ ଟିମ ଗଠନ କରି ଜିଲ୍ଲାର ଭଞ୍ଜନଗର, କୋଟିନାଡ଼ା, ଆସ୍କା , ଗୋଳନ୍ଥରା, ଦିଗପହଣ୍ଡି, ଚମାଖଣ୍ଡି, ଛତ୍ରପୁର, ରମ୍ଭା ସହ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ବିଭିନ୍ନ ଅପରାଧିକ ମାମଲାରେ ଲିପ୍ତ ଥିବା ଅପରାଧୀ ମାନଙ୍କ ସ୍ଥାନ ଉପରେ ଚଢଉ କରିଥିଲେ । ଏହି ଅଭିଯାନ ସମୟରେ ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୮ ଟି ବନ୍ଧୁକ, ୧୪ ଟି ମୋବାଇଲ ଫୋନ, ୩୧ ଟି ଅଫୁଟା ଗୁଳି, ୧୨ଟି ମାଗାଜିନକୁ ମଧ୍ୟ ପୋଲିସ ଜବତ କରିଛି। ଗଞ୍ଜାମ ଏସପିଙ୍କ ସମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମିଳନୀରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ସମେତ ଆଡ଼ିସନାଲ ଏସପି ରଂଜିତ କୁମାର ପୃଷ୍ଟି, ଆସ୍କା ଥାନା ଅଧିକାରୀ କୁଳମଣି ସେଠୀ ଏବଂ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ପୋଲସରା ଥାନା ଅଧିକାରୀ କୌଶକି ମାଝି, କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *